ଗୃହବନ୍ଦୀରୁ ମୁକୁଳିଲେ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି

ଜାମ୍ମୁକାଶ୍ମୀର,୧୩/୧୦: ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଆଜି ଗୃହ ବନ୍ଦୀରୁ ଖଲାସ ହୋଇଛନ୍ତି । ଗତବର୍ଷ ଅଗଷ୍ଟ ମାସ ୫ ତାରିଖରେ ଜା୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ତାଙ୍କୁ ଗୃହବନ୍ଦୀ କରି ରଖା ଯାଇଥିଲା । ଏହା ପୂର୍ବରୁ ନଜରବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ତାଙ୍କ ପୁଅତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ଖଲାସ କରାଯାଇଛି । ସେହିପରି ଅନ୍ୟ ନେତାମାନଙ୍କୁ ମଧ୍ୟ ମୁକ୍ତ କରାଯାଇ ସାରିଛି ।