ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ !

ଭୁବନେଶ୍ୱର, ୩୧/୦୭ : ପାଣି ବଦଳରେ ପିଅନ ପରିସ୍ରା ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି ଯନ୍ତ୍ରୀ । ଆର. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତ ଜୁଲାଇ ୨୩ ତାରିଖ ରାତିରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନ ଭାବେ କାର୍ଯ୍ୟରତ ସୁବାଷ ଚନ୍ଦ୍ର ବେହେରାଙ୍କୁ ପିଇବା ପାଇଁ ପାଣି ମାଗିଥିଲେ ଯନ୍ତ୍ରୀ । କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ । ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ । ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀ ଜଣକ ଅଭିଯୋଗ କରିଛନ୍ତି । ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏହି ଅମାନବୀୟ କାଣ୍ଡକୁ ନେଇ ଆର୍. ଉଦୟଗିରି ଥାନାରେ ଅଭିଯୁକ୍ତ ପିଅନ ସୁବାଷ ଚନ୍ଦ୍ର ବେହେରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି । ତେବେ କେଉଁ କାରଣରୁ ପିଅନ ଜଣକ ଏଭଳି କାଣ୍ଡ ଘଟାଇଲେ, ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

SBI AD