ଅଭିଯୋଗ ନକଲେ କଂଗ୍ରେସ ଦଳ ଅଛି କି ନାହିଁ ଜଣାପଡିବ କେମିତି ? – ପ୍ରମୀଳା ମଲ୍ଲିକ

ଭୁବନେଶ୍ୱର,୧୦/୬: ପିପିଇ କୀଟ ଓ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏଭଳି ସମୟରେ ବିରୋଧୀଙ୍କ ବିରୋଧ ଓ ବିରୋଧ କାର୍ଯ୍ୟକ୍ରମ କରିବାକୁ ବିରୋଧୀଙ୍କ ବିବେକ ବାଧା ଦେବା କଥା । ସେମାନେ ବିରୋଧ କଲେ କରନ୍ତୁ ସରକାର କିନ୍ତୁ କରୋନା ମୁକବିଲା ଓ ଲୋକଙ୍କ ଜୀବନ ରକ୍ଷା ଦିଗରେ ଆହୁରି ଅଧିକ କାର୍ଯ୍ୟ କରିବେ।

ବିରୋଧୀଙ୍କ ସହ ନୁହେଁ ସରକାର କରୋନା ସହ ଲଢେ଼ଇ କରିବେ । କରୋନା ଲଢେଇରେ ସରକାରଙ୍କ ଭଲ କାମ କୁ ଦେଖି ଲୋକ ବିରୋଧୀଙ୍କୁ ଭୁଲିଗଲେଣି । ସେଥିପାଇଁ ସେମାନେ ନିଜର ଅସ୍ତିତ୍ୱ ରଖିବା ପାଇଁ ଏଭଳି ଆନ୍ଦୋଳନ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କହି ବିରୋଧୀ ଦଳକୁ ଘେରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।