ଭୁବନେଶ୍ବର,୨୪/୧୦ : ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ। ସେ ନେଇ ପକ୍ରିୟା ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟରେ ୪୮୮ ଏଵଂ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜମାନଙ୍କରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ। ଏଭଳି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ସେ ଆହୁରି କହିଛନ୍ତି, ଯେଉଁମାନେ ଉଚ୍ଚଶିକ୍ଷା ପୋର୍ଟାଲ ଏଚଆଇଏମଏସ୍ (ହିମସ) ପୋର୍ଟାଲରେ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ। ପୂର୍ବ ସରକାର ସମୟରୁ ରାଜ୍ୟରେ କଲେଜମାନଙ୍କରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯାହାକୁ ପୂରଣ କରିବାପାଇଁ ସରକାର ପକ୍ରିୟା ଆରମ୍ଭ କରିଛନ୍ତି।
