ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ ୧୦୦ ଟଙ୍କା ଟପିଲା

ନୂଆଦିଲ୍ଲୀ,୧୭ /୨: ଲଗାତାର ତୈଳଦର ବୃଦ୍ଧି ପାଇବା ପରେ ଆଜି ପ୍ରଥମ ଥର ପାଇଁ ରାଜସ୍ଥାନରେ ଲିଟର ପିଛା ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ଦ୍ୱାରା ଆଜି ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ପଇସା ବୃଦ୍ଧି କରାଯାଇଥିଲା।

ଅଧିକ ଟିକସକୁ ଆକର୍ଷିତ କରୁଥିବା ବ୍ରାଣ୍ଡେଡ୍‌ କିମ୍ବା ଆଡିଟିଭ୍‌ ଲେସ୍‌ ପେଟ୍ରୋଲ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ସ୍ଥାନରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ରାଜସ୍ଥାନର ଶ୍ରୀଗଙ୍ଗନଗର ସହରରେ ପେଟ୍ରୋଲ ମୂଲ୍ୟ ଆଜି ଏକ ଲିଟର ପିଛା ୧୦୦.୧୩ କୁ ବୃଦ୍ଧି ପାଇଛି।