ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ ପିଜି ଏବଂ +୩ କ୍ଲାସ୍

ଭୁବନେଶ୍ୱର,୨/୨: ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ ପିଜି ଏବଂ +୩ କ୍ଲାସ୍ ପାଠପଢା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୦ ରୁ + ୩ ଦ୍ବିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଇଁ କଲେଜରେ ପାଠପଢା ଆରମ୍ଭ ହେବ । ଏଥିପାଇଁ ଫେବ୍ରୁଆରୀ ୮ ରୁ କଲେଜ, ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ଖୋଲିବ । ସମସ୍ତ ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ୧୯ ନିୟମାବଳୀ ଅନୁଯାୟୀ ପାଠପଢା ଆରମ୍ଭ ହେବ । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟୋରୀ ସହ ୬ଫୁଟ ର ସାମାଜିକ ଦୂରତା ରଖାଯିବ। ହାତକୁ ଧୋଇବା ଓ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ଏପ୍ରିଲ ୩୦ ଏପ୍ରିଲ ମଧ୍ୟରେ ହେବ। ଏହାପରେ ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ଜୁନ ରୁ ୧୯ ଜୁନ ପର୍ଯ୍ୟନ୍ତ ହେବ। ୨୦ ଜୁଲାଇ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।