ଭୁବନେଶ୍ବର,୨୩/୧୨: ଓଡ଼ିଶାର ୧୨ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଫୁଲବାଣୀ ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଠାକାର ତାପମାତ୍ର ଥିଲା ୫ ଡିଗ୍ରି ସେଲସିଅସ୍। ଅପରପକ୍ଷରେ କଟକରେ ୧୦.୮ ଓ ଭୁବନେଶ୍ୱରରେ ୧୦.୦ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।
୧୨ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୭.୧, ଦାରିଙ୍ଗବାଡ଼ି ୬.୫, କୋରାପୁଟ ୯.୪ , ସୁନ୍ଦରଗଡ଼ ୭.୫, ଫୁଲବାଣୀ ୫.୦, ଟିଟଲାଗଡ଼ ୭.୩, ଭବାନୀପାଟଣା ୮.୦, ବଲାଙ୍ଗୀର ୯.୦ ଡିଗ୍ରି, ରାୟଗଡ଼ ୮.୦, କେନ୍ଦୁଝର ୭.୬, ସମ୍ବଲପୁର ୯.୫, ବୌଦ୍ଧ ୯.୬ ଡିଗ୍ରି ସେଲସିଅସ୍।
ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆଉ କିଛି ଦିନ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।