ତିରୁଅନନ୍ତପୁରମ,୨୦/୫: ସିପିଆଇଏମର ବରିଷ୍ଠ ନେତା ପିନାରାଇ ବିଜୟନ ଗୁରୁବାର କ୍ରମାଗତ ଦ୍ଵିତୀୟ ଥର କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସମାରୋହରେ କୋଭିଡ୍-୧୯ ପ୍ରଟୋକଲ ସଂପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ସବୁଠାରୁ ବଡ କଥା ହେଲା ନୂତନ ମନ୍ତ୍ରିମଣ୍ଡଳରେ ସବୁ ନୂଆ ଚେହେରା, ବିଜୟନ ଏକ ମାତ୍ର ପୁରୁଣା ଚେହେରା।
କରୋନା କାରଣରୁ ବିରୋଧୀ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫର ନେତା ସମାରୋହରେ ସାମିଲ ହୋଇ ନାହାନ୍ତି। କେରଳ ଉଚ୍ଚ ନ୍ୟାୟାଳୟ ବୁଧବାର ସକାଳେ ମହାମାରୀକୁ ଦୃଷ୍ଟିରେ ରଖି ସମାରୋହରେ ସୀମିତ ସଂଖ୍ୟାରେ ଲୋକଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।