ପିପିଲି: ରାଜ୍ୟରେ କୋରୋନା ମହାମାରୀ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ ପରେ ବନ୍ଦ ହୋଇଛି ନିର୍ବାଚନ । ଓଡିଶାର ବହୁ ଚର୍ଚ୍ଚିତ ପିପିଲି ନିର୍ବାଚନ ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ୍ରୀ ନିର୍ବାଚନ କମିଶନ ଏପରି ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ମେ ୫ ତାରିଖରୁ ରାଜ୍ୟବ୍ୟାପି ଲକଡାଉନ ଆରମ୍ଭ ହେଉଥିବାରୁ ଉପନିର୍ବାଚନକୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି । ମେ ୧୬ ତାରିଖରେ ହୋଇଥାନ୍ତା ପିପିଲି ଉପ ନିର୍ବାଚନ ଯାହା ଉପରେ ରୋକ ଲଗାଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।
ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପାଇଁ ଥରେ ନିର୍ବାଚନ ବନ୍ଦ ହୋଇଥିଲା ।