ପୀତବାସ ପଣ୍ଡା ହତ୍ୟା ମାମଲାକୁ ୪୮ ଘଣ୍ଟା ବିତିଲା, ମିଳୁନି ସୁରାକ

ଭୁବନେଶ୍ୱର, ୦୯/୧୦ : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ହତ୍ୟାକାରୀଙ୍କ ସୁରାକ ପାଇପାରୁନି ପୁଲିସ। ୧୫ରୁ ୨୦ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଛି। ହେଲେ ଏହି ଅମାନୁଷିକ ହତ୍ୟା ପଛରେ କିଏ ସେ ସଂକ୍ରାନ୍ତରେ କୌଣସି ପ୍ରକାର ତଥ୍ୟ ଓ ପ୍ରମାଣ ପୁଲିସର ହସ୍ତଗତ ହୋଇପାରି ନାହିଁ।
୪୮ ଘଣ୍ଟା ପରେ ବ୍ରହ୍ମପୁର ପୁଲିସ ଏହି ଘଟଣାରେ ମୁହଁ ଖୋଲିଛି। ପୀତବାସଙ୍କୁ ସୁପାରୀ କିଲରମାନେ ଏକ ଦେଶୀ ବନ୍ଧୁକରୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ ଆଜି କହିଛନ୍ତି ା ବ୍ରହ୍ମପୁର ଟାଉନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରିୟସରଞ୍ଜନ ଛୋଟରାୟଙ୍କ ନେତୃତ୍ବରେ ୬ ପୁଲିସ ଟିମ ଗଠନ ହୋଇଛି। ପୁଲିସ ଦଳ ସହରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଏହାର ତଥ୍ୟ ବିଶ୍ଳେଷଣ କରୁଛନ୍ତି। ସେହିପରି ସାଇଣ୍ଟିଫିକ ଦଳର ତଥ୍ୟ ସହ ପୀତବାସଙ୍କ ହତ୍ୟାର ସମସ୍ତ ସମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି।ପୁଲିସ ପୀତବାସଙ୍କ ପରିବାର ସଦସ୍ୟ ଓ କିଛି ନିକଟତମ ବ୍ୟକ୍ତିଙ୍କୁ ତାଙ୍କର ପୂର୍ବ ଶତ୍ରୁତା ବିଷୟରେ ପଚରାଉଚରା କରିଛି ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

SBI_Festive_Digital Billboard