ସୀମା ପାର କରି ଆସିଥିବା ଚୀନ ସୈନିକଙ୍କୁ ଫେରାଇଲା ଭାରତୀୟ ସେନା

ନୂଆଦିଲ୍ଲୀ, ୨୧/୧୦ : ପୂର୍ବ ଲଦାଖର ଡେମଚୌକ୍‍ ସେକ୍ଟରରୁ ଗିରଫ୍‍ ହୋଇଥିବା ଚୀନ୍‍ ସୈନ୍ୟଙ୍କୁ ଭାରତ ଫେରାଇ ଦେଇଛି। ଗତକାଲି ରାତିରେ ଚୁସୁଲୁ ମୋଲଦୋ ବୈଠକ ସ୍ଥଳରେ ଚୀନ ସେନାର କର୍ପୋରଲ ଓ୍ବାଙ୍ଗ ହାଙ୍ଗକୁ ଚୀନ ସେନାଙ୍କୁ ହସ୍ତାନ୍ତର କରାଯାଇଛି।

ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଉତ୍ତେଜନା ଜାରି ଥିବା ବେଳେ ଭାରତୀୟ ସେନା ଚୀନର ଜଣେ ସୈନିକଙ୍କୁ ଧରିଥିଲା। ଚୀନର ପିପୁଲ୍ସ ଲିବରେସନ ଆର୍ମି ମଧ୍ୟ କହିଥିଲା ଯେ ତାଙ୍କର ଜଣେ ସୈନ୍ୟ ରବିବାର ରାତିରେ ସୀମା ପାଖରେ ନିଖୋଜ ହୋଇଯାଇଛି।

ଚୀନ ଭାରତୀୟ ସେନାକୁ ପ୍ରୋଟୋକଲ ହିସାବରେ ସୈନିକଙ୍କୁ ଫେରାଇବା ନେଇ ନିବେଦନ କରିଥିଲା। ଭାରତୀୟ ସେନା ସୋମବାର କହିଥିଲା ପିପୁଲ୍ସ ଲିବରେସନ ଆର୍ମୀର ଜଣେ ସୈନିକଙ୍କୁ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ସୋମବାର ଦିନ ଧରିଥିଲେ। ତାଙ୍କ ଚିହ୍ନଟ ବା ପରିଚୟ କର୍ନେଲ ଭାବେ ହୋଇଥିଲା। ପଶ୍ଚିମ ଥିଏଟର କମାଣ୍ଡର ପ୍ରବକ୍ତା କର୍ନଲ ଝାଙ୍ଗ ସୁଝଲି ସୋମବାର ରାତିରେ ନିଖୋଜ ଥିବା ସୈନିକଙ୍କ ବୟାନ ଜାରି କରିଥିଲା ଓ କହିଥିଲା ଆମର ଜଣେ ଚୀନ ସୈନିକ ଅକ୍ଟୋବର ୧୮ ତାରିଖ ରାତିରେ ଥାକ ଖୋଜିବାରେ ସାହାଯ୍ୟ କରିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଯଦିଓ ସେ ତାଙ୍କ ସୈନିକଙ୍କ ଚିହ୍ନଟ କରିପାରି ନାହାନ୍ତି। ଘଟଣାର ତୁରନ୍ତ ପରେ ହିଁ ଚୀନ ସୀମା ରକ୍ଷକ ଭାରତୀୟ ପକ୍ଷକୁ ଘଟଣା ବାବଦରେ ସୂଚନା ଦେଇଥିଲା। ଏହା ସହ ଭାରତୀୟ ସେନା ତାଙ୍କୁ ଖୋଜିବାରେ ସାହାଯ୍ୟ କରିବ ବୋଲି ଆଶାୟୀ ଥିବା କହିଥିଲା।