ଏବେ ୩୦ ସେକେଣ୍ଡରେ ନିପାତ ହେବ କରୋନା ଭାଇରସ, ପ୍ରସ୍ତୁତ ହେଲା ପ୍ଲାଜମା ଜେଟ୍ ସ୍ପ୍ରେ

ନୂଆଦିଲ୍ଲୀ, ୧୨/୧୧ : ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ, ଆମେରିକାର ଲସ ଆଞ୍ଜେଲସର ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ଅନୁସନ୍ଧାନକାରୀମାନେ ଏପରି ଏକ ପ୍ଲାଜମା ଜେଟ୍ ପ୍ରସ୍ତୁତ କରିଛି ଯାହା ବିଭିନ୍ନ ଧାତୁ, ଚମଡା ଓ ପ୍ଲାଷ୍ଟିକ ଉପରେ ଥିବା କରୋନା ଭାଇରସକୁ ୩୦ ସେକେଣ୍ଡରେ ମାରିପାରିବ । ଗବେଷକମାନେ ଏପରି ଏକ ଥ୍ରୀଡି ପ୍ରିଣ୍ଟରରୁ ପ୍ଲାଜମା ଜେଟରେ ସ୍ପ୍ରେ ପ୍ରସ୍ତୁତ କରିଛନ୍ତି, ଯାହାର ପରୀକ୍ଷଣ ସଫଳ ହୋଇଛି । ଗବେଷଣାରେ ପ୍ଲାଜମା ଜେଟର ସ୍ପ୍ରେ ପ୍ଲାଷ୍ଟିକ, ବିଭିନ୍ନ ଧାତୁ, କାର୍ଡ ବୋର୍ଡ ଓ ତ୍ୱଚାରେ ପ୍ରୟୋଗ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ସ୍ପ୍ରେ ସମସ୍ତ କରୋନା ଭାଇରସକୁ ନିପାତ କରିଛି । ମାତ୍ର ୩ ମିନିଟରୁ କମ୍ ସମୟ ମଧ୍ୟରେ ଏହି ସ୍ପ୍ରେ କରୋନା ଭାଇରସ ବିରୋଧରେ ପ୍ରଭାବି ସାବ୍ୟସ୍ତ ହୋଇଥିଲା । ଅଧିକାଂଶ ଭାଇରସ ମାତ୍ର ୩୦ ସେକେଣ୍ଡରୁ କମ୍ ସମୟ ଭିତରେ ମରିଯାଇଥିଲେ ।

ଫିଜିକ୍ସ ଅଫ୍ ଫ୍ଲୁଡସ୍ ନାମକ ଏକ ମାଗାଜିନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଏହି ପ୍ଲାଜମା ଜେଟକୁ କୌଣସି ଏକ ଗ୍ୟାସକୁ ଗରମ କରି ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡର ସମ୍ପପର୍କରେ ଅଣାଯାଇ ପ୍ରସ୍ତୁତ କରାଯାଇଛି । ପ୍ଲାଜମା ଜେଟର ସ୍ପ୍ରେକୁ ଫେସ୍ ମାସ୍କ ଉପରେ ମଧ୍ୟ ପ୍ରୟୋଗ କରାଯାଇଥିଲା । ମାସ୍କ ଉପରେ ମଧ୍ୟ ସ୍ପ୍ରେ ସମାନ ଭାବେ କାମ କରିଥିଲା ।