ଆଜିଠାରୁ କଟକ ବାଲିଯାତ୍ରା ପାଇଁ ପ୍ଲଟ ଆବେଦନ ଆରମ୍ଭ : ୧୬୭୦ଟି ପ୍ଲଟ ପାଇଁ ହେବ ନିଲାମ

କଟକ,୨୬ /୯ : ଆଜିଠାରୁ କଟକ ବାଲିଯାତ୍ରା ପାଇଁ  ପ୍ଲଟ ଆବେଦନ ଆରମ୍ଭ ହେବ । ସକାଳ ୧୦ଟାରୁ ଅନଲାଇନ ଓ ଅଫଲାଇନରେ ଆବେଦନ କରାଯିବ । ଚଳିତବର୍ଷ ୧୬୭୦ଟି ପ୍ଲଟ ପାଇଁ ନିଲାମ ପ୍ରକ୍ରିୟା ହେବ ।

ପ୍ରଶାସନ ପକ୍ଷରୁ ଆୟୋଜିତ ବାଲିଯାତ୍ରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏଡିଏମ କହିଛନ୍ତି ଯେ, ଚଳିତବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନାହିଁ। ପ୍ଲଟ ଆବେଦନ ପାଇଁ ଆବେଦନକାରୀମାନେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ କରିବା ସହିତ ସେହିଠାରେ ଦାଖଲ ବି କରିପାରିବେ। ଆଜିଠାରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ଗୋଟିଏ ପ୍ଲଟ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ଜରିଆରେ ତାହାକୁ ଆବଣ୍ଟନ କରାଯିବ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିବ।

SBI_Festive_Digital Billboard