ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଆୟୋଜନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ଜଣାଇଛନ୍ତି ଯେ, ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରୁ ୨୫ ତାରିଖ ମଧ୍ୟରେ ଯେକୌଣସି ଦିନ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆରମ୍ଭ ହେବ।
ଏଥିସହିତ ପରୀକ୍ଷା ପରିଚାଳନା ନେଇ ସମସ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି:
ଆଡମିଟ୍ କାର୍ଡ ପ୍ରଦାନ: ଡିସେମ୍ବର ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ସେମାନଙ୍କର ଆଡମିଟ୍ କାର୍ଡ ପାଇପାରିବେ।
ଇଣ୍ଟରନାଲ ପରୀକ୍ଷା: ଡିସେମ୍ବର ୨୨ ରୁ ୩୧ ତାରିଖ ମଧ୍ୟରେ ଇଣ୍ଟରନାଲ ପରୀକ୍ଷା କରାଯିବ।
ପ୍ରାକ୍ଟିକାଲ ପରୀକ୍ଷା: ଜାନୁଆରୀ ୨ ରୁ ୧୫ ତାରିଖ ଯାଏଁ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ।
ପରୀକ୍ଷା କେନ୍ଦ୍ର: ଚଳିତ ଥର ମୋଟ ୧୩୪୯ଟି କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ହେବ।
ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ନଭେମ୍ବର ୨୯ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ।
