ବଢ଼ିଲା +୨ ଫର୍ମ ପୂରଣ ଅବଧି

ଭୁବନେଶ୍ୱର, ୨୯/୧୦ : ବାତ୍ୟା ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ । ବାତ୍ୟା ମୋନ୍ଥା ପାଇଁ ଅନେକ କଲେଜ କର୍ତ୍ତୃପକ୍ଷ ଯୁକ୍ତ ୨ ଏକ୍ସ-ରେଗୁଲାର ପରୀକ୍ଷା ନିମନ୍ତେ ଫର୍ମ ପୂରଣର ଶେଷ ତାରିଖକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ତମାମ ଅନୁରୋଧକୁ ନଜରରେ ରଖି ସିଏଚଏସଇ କର୍ତ୍ତୃପକ୍ଷ ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅକ୍ଟୋବର ୨୮ ଯାଏଁ ଫର୍ମ ପୂରଣର ଅବଧି ରହିଥିଲା । ଫର୍ମ ପୂରଣ ପାଇଁ ପୂର୍ବ ନିର୍ଦ୍ଧାରିତ ଫାଇନ୍ ୨୦୦ ଏବଂ ୬୦୦ ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି ।

SBI_Festive_Digital Billboard