ପୁଣି ଥରେ ଆଇସୋଲେସନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଇଂଲଣ୍ଡ, ୧୬/୧୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପୁଣି ଥରେ ଆଇସୋଲେସନରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଜନସନ୍ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ-୧୯ ଚିହ୍ନଟ କିଛି ଲୋକଙ୍କ ସଂପର୍ଶରେ ସେ ଆସିଥିଲେ । ତେଣୁ ସଂକ୍ରମିତ ଆଶଙ୍କାକୁ ଦୃଷ୍ଟିରେ ରଖି ଜନସନ୍ ନିଜକୁ ଆଇସୋଲେସନରେ ରଖିଥିବା ଜଣାଯାଇଛି ।

ଜନସନ କହିଛନ୍ତି ମୋ ଶରୀରରେ କରୋନାର ଲକ୍ଷଣ ନାହିଁ । ମୁଁ ସୁସ୍ଥ ଅଛି । କିନ୍ତୁ କୋଭିଡ କଟକଣାକୁ ମାନି ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ କରୋନା କାଳରେ ସରକାରଙ୍କ ଦାୟିତ୍ୱ ପୂର୍ବ ଭଳି ତୁଲାଇବି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଜନସନ ପୂର୍ବରୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହି ସମୟରେ ସେ ଆଇସୋଲେସନରେ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ ।