ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା : ମର୍ଣ୍ଣିଂ କନସଲ୍ଟ ସର୍ଭେ

ନୂଆଦିଲ୍ଲୀ,୨/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତା ହୋଇଛନ୍ତି । ଏହି କ୍ରମରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରି ବଡ଼ ନେତାଙ୍କୁ ପଛରେ ପକାଇଛନ୍ତି । ମର୍ଣ୍ଣିଂ କନସଲ୍ଟ ଦ୍ୱାରା ଜାରି ସର୍ଭେରେ ପିଏମ ମୋଦୀଙ୍କୁ ୭୬ ପ୍ରତିଶତ ରେଟିଂ ମିଳିଛି । ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ ମେନୁଆଲ ଲୋପେଜ ଓରାଡୋର ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ମର୍ଣ୍ଣିଂ କନସଲ୍ଟ ରବିବାର ଏହି ସୂଚୀ ଜାରି କରିଛି । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବାନିଜ ୫୫ ପ୍ରତିଶତ, ସ୍ୱିଜରଲାଣ୍ଡର ରାଷ୍ଟ୍ର ମୁଖ୍ୟ ବେରସେଟ ୫୩ ପ୍ରତିଶତ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲଭା ୪୯ ପ୍ରତିଶତ, ବାଇଡେନ ୪୧ ପ୍ରତିଶତ ରେଟିଂ ସହ ସପ୍ତମ ସ୍ଥାନରେ ଅଛନ୍ତି । ବେଲଜିୟମର ଆଲେକ୍ସଜାଣ୍ଡର ଡି କ୍ରୁ ୩୯ ପ୍ରତିଶତ, କାନାଡାର ଜଷ୍ଟିନ ଟ୍ରୁଡୋ ୩୯ ଏବଂ ସ୍ପେନର ପେଡ୍ରୋ ସାଂଚେଜ ୩୮ ପ୍ରତିଶତ ଆଫ୍ରୁଭାଲ ରେଟିଂ ହାସଲ କରିଛନ୍ତି । ମାର୍ଚ୍ଚ ୨୨ରୁ ୨୮ ମଧ୍ୟରେ ନିଆଯାଇଥିବା ଡାଟା ଉପରେ ଏହି ରେଟିଂ ଜାରି କରାଯାଇଛି ।

ୱେବସାଇଟ୍ ଅନୁସାରେ ସାତ ଦିନ ଯାଏ ଭିନ୍ନ ଭିନ୍ନ ତଥ୍ୟରୁ ଏହି ସର୍ଭେ କରାଯାଇଥିଲା । କମ୍ପାନି ଦାବି କରିଛି ଯେ ଏହି ସର୍ଭେରେ ଆମେରିକାରୁ ୪୫ ହଜାର ଲୋକଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ଅନ୍ୟ ଦେଶ ଗୁଡିକରେ ଏହି ସଂଖ୍ୟା ୫୦୦-୫୦୦୦ ମଧ୍ୟରେ ରହିଥିଲା । ସର୍ଭେରେ ସାମିଲ ଲୋକଙ୍କ ପ୍ରତିକ୍ରିୟା ଅନଲାଇନରେ ନିଆଯାଇଥିଲା ।

SBI AD