ଚମୋଲି,୭ /୨: ଉତ୍ତରାଖଣ୍ଡ ହିମସ୍ଖଳନରେ ୧୦ଜଣଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବା ବେଳେ ଗୁରୁତର ଆହତଙ୍କୁ ୫୦,୦୦୦ଟଙ୍କା ଲେଖାଏଁ ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସାମ୍ବାଦିକ ସମ୍ମିଳନୀ କରି ମୃତକଙ୍କ ପରିବାରୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ବନ୍ୟା ପରିସ୍ଥିତି ଏବଂ ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ନଥିବା ସହ ପାଖ ଗାଁ ବାସିନ୍ଦାଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ମଧ୍ୟ ଜଣାଇଥିଲେ । ଏହା ସହ କୌଣସି ପ୍ରକାରର ସାହାଯ୍ୟ ପାଇଁ ହେଲପଲାଇନ ନମ୍ବର ଜାରି କରିଥିଲେ। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିବାକୁ କୁହାଯାଇଛି ।