ନୂଆଦିଲ୍ଲୀ, ୦୮/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀର ସୋନିପତ କ୍ୟାମ୍ପସରେ ୫୭ତମ ସମାବର୍ତ୍ତନ ସମାରୋହରେ ପରମ ପ୍ରଜ୍ଞା ନାମକ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ପରିଚାଳିତ ଉଚ୍ଚ-ପ୍ରଦର୍ଶିତ ସୁପରକମ୍ପୁଟିଂ ସୁବିଧାର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ନାତକ ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପଦକ ବିଜେତାଙ୍କ ମଧ୍ୟରେ କମ୍ ସଂଖ୍ୟକ ଛାତ୍ରୀଙ୍କୁ ଦେଖି ପ୍ରଧାନମନ୍ତ୍ରୀ ଦୁଃଖିତ ହୋଇଛନ୍ତି । ଅଧିକ ଝିଅ ଥିଲେ ଆହୁରି ଭଲ ହୋଇଥାଆନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ଛାତ୍ରଙ୍କର ଏକ ଭିନ୍ନ ରାସ୍ତା ଏବଂ ଏକ ଭିନ୍ନ ସ୍ୱପ୍ନ ଅଛି, କିନ୍ତୁ ସେମାନେ ସମସ୍ତେ ଆଇଆଇଟି ଦିଲ୍ଲୀରେ ସେମାନଙ୍କ ଯାତ୍ରାକୁ ପଛକୁ ଫେରି ଚାହିଁ ଏକ ସାଧାରଣ ଭାବନା ବାଣ୍ଟିବେ। ଛାତ୍ରଛାତ୍ରୀମାନେ ଓରିଏଣ୍ଟେସନ୍ ରୁ ସମାବର୍ତ୍ତନ ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ବିଷୟରେ ମନେ ପକାଇ ସନ୍ତୋଷ ଅନୁଭବ କରିବା ଉଚିତ, ଏବଂ ସେମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ବିଷୟରେ ଉତ୍ସାହ ମଧ୍ୟ ଅନୁଭବ କରିବା ଉଚିତ । ଏହି ସମୟକୁ ଉପଭୋଗ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି ।
ସେହିପରି ମୋଦୀ ଛାତ୍ରଛାତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ପରାମର୍ଶ ଦେଇଛନ୍ତି । ଯିଏ ଶିଖିବ ସିଏ ଜିତିବ, ତେଣୁ କଠିନ ପରିସ୍ଥିତିକୁ ସୁଯୋଗରେ ପରିଣତ କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ଆପଣଙ୍କ ଡିଗ୍ରୀ ଦୁନିଆକୁ ଦର୍ଶାଇବ ସମସ୍ତେ କଠିନ ସମସ୍ୟାର ସାମ୍ନା କରିବାକୁ ପ୍ରସ୍ତୁତ । ଆଇଆଇଟିରେ ପଢ଼ିବା ସହଜ ନୁହେଁ । କିନ୍ତୁ କେହି ହାର ମାନି ନାହାଁନ୍ତି । ସମସ୍ୟା ସବୁବେଳେ ସୁଯୋଗ ନେଇକି ଆସିଥାଏ । ପ୍ରଧାନମନ୍ତ୍ରୀ ଜୀବନର ମାର୍ଗଦର୍ଶନ କରିଛନ୍ତି । ଆଉ କହିଛନ୍ତି ପାଠ ପଢ଼ାରେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଥାଏ କିନ୍ତୁ ଜୀବନରେ ସବୁ ପ୍ରଶ୍ନ ପାଠ୍ୟକ୍ରମ ବାହାରୁ ସବୁବେଳେ ଆସିଥାଏ । ଜୀବନରେ କୌଣସି ପ୍ରଶ୍ନ କିମ୍ବା ଉତ୍ତର ସ୍ଥିର ନ ଥାଏ ।