ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୪/୧୧ : ଆଜି ଆଲୋକର ପର୍ବ ଦୀପାବଳି । କରୋନା ସଙ୍କଟ ମଧ୍ୟରେ ଆଜି ସାରା ଦେଶରେ ପାଳନ ହେଉଛି ଏହି ପର୍ବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଦୀପାବଳି ଉପଲକ୍ଷେ ଶୁକ୍ଷେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି । ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ଏହି ଉତ୍ସବ ଅଧିକ ଉଜ୍ଜ୍ୱଳ ହେଉ । ଏହାସହ ଜନତାଙ୍କ ସମୃଦ୍ଧି ଓ ସୁସ୍ଥ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି । ଏହାସହ ନାଗରିକଙ୍କୁ ସମାଜର ଗରିବ, ବେସାହାରା, ଅସହାୟଙ୍କ ସମୃଦ୍ଧିର କିରଣ ହେବା ପାଇଁ ସଂକଳ୍ପ ନେବାକୁ କହିଛନ୍ତି । ବିଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ଦ୍ୱାରା ପାଳନ ହେଉଥିବା ଏହି ପର୍ବ ଏକତା ଓ ଭାଇଚାରାର ଭାବନାକୁ ମଜବୁତ କରିଥାଏ ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ଏହି ପର୍ବ ଆମକୁ ମାନବତାର ସେବା କରିବା ପାଇଁ ପ୍ରେରଣା ଦେଇଥାଏ । ଏହି ଅବସରରେ ଆମକୁ ଗରିବ, ବଂଚିତ ଓ ଅସହାୟଙ୍କ ପାଇଁ ଆଶାର କିରଣ ହେବାକୁ ପଡିବ । ଦୀପବଳି ସ୍ୱଚ୍ଛତାର ମଧ୍ୟ ପର୍ବ ଅଟେ । ତେଣୁ ପ୍ରଦୂଷଣ ମୁକ୍ତ ବାତାବରଣରେ ସ୍ୱଚ୍ଛ ଦୀପାବଳି ମନାଇବାକୁ ହେବ । ଏହା ପ୍ରକୃତି ପ୍ରତି ଆମର ସମ୍ମାନ । ଏହାସହ ଜନତାଙ୍କ ଶାନ୍ତି ଓ ସମୃଦ୍ଧି ମଧ୍ୟ କାମନା କରିଥିଲେ ରାଷ୍ଟ୍ରପତି ।