ଦେଓଗର ବିମାନ ବନ୍ଦର ଏବଂ ଏମ୍ସ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୧୨/୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ଦେଓଗରରେ ନବନିର୍ମିତ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଦେଓଗର ଏମ୍ସକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଦେଓଗରରେ ଆୟୋଜିତ ଏକ କାର୍ଯ୍ୟରେ ଦେଓଗର ବିମାନ ବନ୍ଦନରୁ କୋଲକାତା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସର ପ୍ରଥମ ବିମାନର ଉଡାଣକୁ ସବୁଜ ପତାକା ଦେଖାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଝାଡଖଣ୍ଡରେ ଜାତୀୟ ରାଜମାର୍ଗ, ରେଲୱେ ଷ୍ଟେସନର ଅତ୍ୟାଧୁନିକରଣ, ଗ୍ୟାସ ବଟଲିଙ୍ଗ ପ୍ଲାଣ୍ଟ ସହ ୧୬ ହଜାର ୮୦୦ କୋଟି ଟଙ୍କାର ବିକାଶ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ ଗୁଡିକ ଝାଡଖଣ୍ଡର ଭାଗ୍ୟ ବଦଳାଇ ଦେବ। ଏହା ଜରିଆରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଚିନ୍ତାଧାରକୁ ସାକାର କରାଯିବ। ପିଏମ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଝାଡଖଣ୍ଡକୁ ଅଧୁନିକ ଯୋଗାଯୋଗ, ଉର୍ଜା, ସ୍ୱାସ୍ଥ୍ୟ, ଆସ୍ଥା ଏବଂ ପର୍ଯ୍ୟଟନକୁ ଅଧିକ ବଳ ମିଳିବ।

ଏହି ଅବସରରେ ଉପସ୍ଥିତ କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ କହିଥିଲେ, ଝାଡଖଣ୍ଡର ଡୁମକା, ବୋକାରୋ ଏବଂ ଜାମସେଦପୁରରେ ମଧ୍ୟ ବିମାନ ବନ୍ଦରକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହା ହାୱାଇ ଚପଲ ପିନ୍ଧୁଥିବା ଲୋକଙ୍କ ସୁଗମ ବିମାନ ଯାତ୍ରା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାକୁ ବାସ୍ତବିକ ରୂପ ଦେବା ଦିଗରେ ଏକ ବଡ ପଦକ୍ଷେପ ଅଟେ।

ପ୍ରତିବର୍ଷ ଶ୍ରାବଣ ମାସରେ ଏଠାରେ ଶ୍ରାବଣୀ ମେଲାର ଆୟୋଜନ କରାଯାଇଥାଏ । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି । ପ୍ରତିଦିନ ପ୍ରାୟ ଦେଢ ଲକ୍ଷ ଯାଏଁ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି। ଏହି ମେଳା ଆରମ୍ଭ ହେବା ପୂର୍ବରୁ ଉଡାଣ ସେନା ଆରମ୍ଭ ହେବା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଲାଭ ପହଞ୍ଚାଇବ।