ପ୍ରଧାନମନ୍ତ୍ରୀ ନେଲେ ଦ୍ୱିତୀୟ ଡୋଜ୍‌ ଟିକା, କହିଲେ ଟିକା ହିଁ ଏକମାତ୍ର ଅସ୍ତ୍ର

ନୂଆଦିଲ୍ଲୀ,୮ /୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଡୋଜ କୋଭିଡ ପ୍ରତିଷେଧକ ଟୀକା ନେଇଛନ୍ତି। ସେ ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପ୍ରଧାନମନ୍ତ୍ରୀ ସେହି ଟୀକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି।ଟିକା ହିଁ ଏକମାତ୍ର ଅସ୍ତ୍ର, ଯିଏ କି ଭାଇରସ ହରାଇବାରେ ଆମକୁ ସହାୟ ହେବ । ଯଦି ଆପଣ ଟିକା ନେବାକୁ ଯୋଗ୍ୟ ଅଛନ୍ତି ତାହେଲେ ତୁରନ୍ତ ରେଜିଷ୍ଟ୍ରେସନ କରାଇନିଅନ୍ତୁ । ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ନାମ ପଞ୍ଜିକରଣ କରନ୍ତୁ।

ସୂଚନା ଅନୁଯାୟୀ, ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା ନାମକ ୨ ଜଣ ନର୍ସ ପ୍ରଧାନମନ୍ତ୍ରୀଙ୍କୁ ଏହି ଦ୍ୱିତୀୟ ଡୋଜ୍‌ ଟିକା ଦେଇଛନ୍ତି। ମାର୍ଚ୍ଚ ପହିଲାରେ ଶ୍ରୀ ମୋଦୀ ଦେଶରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ହିତାଧିକାରୀ ଥିଲେ।