ନୂଆଦିଲ୍ଲୀ, ୭/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଆଗ୍ରାସ୍ଥିତ ୧୫ ବାଟାଲିୟନ PAC ପ୍ୟାରେଡ ଗ୍ରାଉଣ୍ଡରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହି ପ୍ରକଳ୍ପ ନିର୍ମାଣ ହେବା ପରେ ଆଗ୍ରା ଆସୁଥିବା ପର୍ଯ୍ୟଟକଙ୍କୁ ଅଧିକ ଲାଭ ହେବ । ପର୍ଯ୍ୟଟକମାନେ କମ ସମୟରେ ସହରକୁ ବୁଲିପାରିବେ ।
ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପକୁ ୨ଟି କରିଡରରେ ଭାଗ କରାଯାଇଛି । ଏହି କରିଡର ମଧ୍ୟରେ ରହିଛି ତାଜମହଲ, ଆଗ୍ରା ଦୁର୍ଗ, ସିକିନ୍ଦରା, ରେଳଷ୍ଟେସନ ଓ ବସଷ୍ଟାଣ୍ଡ । ଏହାର ଲମ୍ବ ହେଉଛି ୨୯.୪ କିଲୋମିଟର । ଆଗ୍ରା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୮ ହଜାର ୩୭୯ ହଜାର ୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାମ ଶେଷ ହେବ । ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହପୁରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ ।