ଆଜି ଲାଲକୃଷ୍ଣ ଆଡଭାନୀଙ୍କର ୯୩ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮/୧୧ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କର ଆଜି ୯୩ତମ ଜନ୍ମଦିନ। ଲାଲକୃଷ୍ଣ ଆଡ଼ଭାନୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଘରକୁ ଯାଇ ତାଙ୍କୁ ଶୁଭକାମନା ଦେଇଛନ୍ତି। ମୋଦି ଏହି ଅବସରରେ କହିଛନ୍ତି ଯେ, ଲାଲକୃଷ୍ଣ ଆଡ଼ଭାନୀ ଦଳର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ସହ ଦେଶବାସୀଙ୍କ ପ୍ରତ୍ୟେକ୍ଷ ପ୍ରେରଣା ସ୍ରୋତ।

ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, ବିଜେପିକୁ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ଦେଶର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ସହ ଦେଶବାସୀଙ୍କ ପ୍ରେରଣାର ସ୍ରୋତ। ତାଙ୍କ ଆୟୁଷ ଓ ସୁସ୍ଥ ଜୀବନ ପାଇଁ ମୋଦି ପ୍ରାର୍ଥନା କରିଛନ୍ତି।