ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ୍‌ ଟଙ୍କା

ନୂଆଦିଲ୍ଲୀ, ୦୨/୦୮ : ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ୍‌ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା । ବାରାଣସୀରୁ ଶୁଭାରମ୍ଭ କରିଲେ ମୋଦୀ । ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପଠାଇଛନ୍ତି କେନ୍ଦ୍ର ସରକାର । ଉତ୍ତରପ୍ରଦେଶ ବାରାଣସୀରୁ ୨୦ ହଜାର ୫୦୦ କୋଟି ଟଙ୍କା ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨ ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ଦେଶର ୯ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।