ନୂଆଦିଲ୍ଲୀ, ୧୯/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଭ କନଫରେନ୍ସିଂ ଜରିଆରେ ଆସୋଚାମ (ଆସୋସିଏଟ ଚାମ୍ବର ଅଫ କମର୍ସ ଅଫ ଇଣ୍ଡିଆ) ପ୍ରତିଷ୍ଠା ସପ୍ତାହକୁ ସମ୍ବୋଧନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରତନ ଟାଟାଙ୍କୁ ଆସୋଚାମ ଏଣ୍ଟରପ୍ରାଇଜ ଅଫ ଦ କଣ୍ଟ୍ରି ଆୱାର୍ଡ ପ୍ରଦାନ କରିବେ । ଟାଟା ଗ୍ରୁପ ତରଫରୁ ସେ ଏହି ସମ୍ମାନ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ଆସୋଚାମ ୧୯୨୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଭାରତର ସମସ୍ତ ଅଞ୍ଚଳର ସଦସ୍ୟ ଅଛନ୍ତି । ଏଥିରେ ୪୦୦ ଚାମ୍ବର ଓ ବ୍ୟବସାୟିକ ସଂଗଠନ ଯୋଡ଼ି ହୋଇଛନ୍ତି । ଏହି ସଂସ୍ଥା ପ୍ରାୟ ୪.୫ ଲକ୍ଷ ସଦସ୍ୟଙ୍କୁ ସେବା ପ୍ରଦାନ କରୁଛି ।