ଆଜି ବାରାଣସୀରେ ୬୧୪ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ବାରାଣସୀ, ୯/୧୧ : ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରଣାସୀକୁ ବଡ଼ ଧରଣର ଉପହାର ଦେବାକୁ ଯାଉଛନ୍ତି । ମୋଦୀ ଆଜି ବାରଣାସୀ ପାଇଁ ୬୧୪ କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେ ନିଜେ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ବାରଣାସୀରେ କୃଷି, ପର୍ଯ୍ୟଟନ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିପାଇଁ ମୋଟ ୬୧୪ କୋଟି ଟଙ୍କା ଖର୍ଚ୍ଚ ହେବ ।

ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ । ଏଥି ମଧ୍ୟରେ ସାରନାଥ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ, ଲାଲ ବାହାଦୂର ଶାସ୍ତ୍ରୀ ହସପିଟାଲର ନବୀକରଣ, ଗୋ’ ସଂରକ୍ଷଣ ତଥା ସୁରକ୍ଷା ପାଇଁ ଭିତ୍ତିଭୂମି କାର୍ଯ୍ୟ, ବହୁମୁଖୀ ବିହନ ଷ୍ଟୋର ହାଉସ୍ ଅନ୍ତର୍ଭୁକ୍ତ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପ୍ରକଳ୍ପର ହିତାଧିକାରୀମାନଙ୍କ ସହିତ ଯୋଗାଯୋଗ କରିବେ।