ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ, ୨୩/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତକରିବେ । ଆଜି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ଗସ୍ତ କରି ଅପରାହ୍ନ ୨ଟାରେ ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଛତ୍ରପୁର ଜିଲ୍ଲାର ଗଡ଼ା ଗ୍ରାମରେ ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସମାଜର ସବୁ ବର୍ଗପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏକ କର୍କଟ ଚିକିତ୍ସାଳୟରେ ଗରିବ କର୍କଟ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଏଥିରେ ଅତ୍ୟାଧୁନିକ ମେସିନ ଓ ବିଶେଷଜ୍ଞ ଡାକ୍ତର ରହିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଭାଗଲପୁର ଜିଲ୍ଲା ଗସ୍ତ କରିବେ ଏବଂ ଅପରାହ୍ନ ୨ଟା ୧୫ ରେ ପିଏମ କିଷାନ ଯୋଜନାର ୧୯ତମ କିସ୍ତି ଉନ୍ମୋଚନ କରିବେ ଏବଂ ବିହାରର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ। ଏହାପରେ ସେ ଗୁଆହାଟୀ ଯାଇ ସନ୍ଧ୍ୟା ୬ଟାରେ ଝୁମଇର ବିନାନ୍ଦିନୀ ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେବେ। ଫେବ୍ରୁଆରି ୨୫ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଗୁଆହାଟୀରେ ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଓ ଭିତ୍ତିଭୂମି ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ।

SBI AD
Leave A Reply

Your email address will not be published.