ଫିଟ୍ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ ବିରାଟ କୋହଲିଙ୍କୁ ପଚାରିଲେ ଫିଟନେସ୍ ରହସ୍ୟ

ନୂଆଦିଲ୍ଲୀ,୨୪ /୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷପୂର୍ତ୍ତି ଅବସରର ଗୁରୁବାର ମୋଦୀ ଦେଶକୁ ଫିଟ ରଖିବାରେ ସଚେତନ କରିଥିବା ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଥିଲେ। କରୋନା ଯୋଗୁ ଏ କାର୍ଯ୍ୟକ୍ରନ ଭର୍ଚୁଆଲ ଭାବେ ଆୟୋଜିତ କରାଯାଇଥିଲା।

କାର୍କ୍ୟକ୍ରମକୁ କୋହଲିଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ବିରାଟ କୋହଲିଙ୍କ ଫିଟନେସ୍ ଓ ନିତିଦିନର ରୁଟିନକୁ ନେଇ ମୋଦି ତାଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀର ଛୋଲେ ଭଟୁ‌ରେ ଖାଉ ନ ଥିବାରୁ ମନଦୁଃଖ ହେଉଥିବା ବୋଲି ମୋଦି କୋହଲିଙ୍କୁ ପଚାରିଲେ। ଏହାର ଉତ୍ତରରେ କୋହଲି କହିଲେ, ପୂର୍ବରୁ ସେ ପ୍ରାକ୍ଟିସ୍ ବେଳେ ବାହାର ଖାଦ୍ୟ ଖାଉଥିଲେ। ଏବେ କିନ୍ତୁ ବହୁତ କିଛି ବଦଳି ଗଲାଣି। ତାଙ୍କୁ ପରେ ଲାଗିଲା ନିଜେ ଫିଟ୍ ରହିବା ପାଇଁ କାମ କରିବା ଦରକାର। କାରଣ ନିଜେ ଫିଟ୍ ନ ରହିଲେ କୌଣସି କାମ କରି ହେବ ନାହିଁ । ଏହି କାର୍ଯ୍ୟକ୍ରମରେ ବିରାଟ କୋହଲିଙ୍କ ସମେତ ମିଲିନ୍ଦ୍ ସୋମନ ଓ ରୁଜୁତା ଦିବାକରଙ୍କ ସମେତ ଅନେକ ପ୍ରଭାବୀ ବ୍ୟକ୍ତିବିଶେଷ ସାମିଲ ଥିଲେ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ, ଗତ ଏକ ବର୍ଷ ମଧ୍ୟରେ, ବିଭିନ୍ନ ସ୍ଥାନରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆନୁକୂଲ୍ୟରେ ଭିନ୍ନ ଭିନ୍ନ କାର୍ୟ୍ୟକ୍ରମମାନ ଆୟୋଜିତ ହୋଇଛି ଏବଂ ସେଥିରେ ସାରା ଦେଶରୁ ଓ ସମାଜର ବିଭିନ୍ନ ବର୍ଗରୁ ବିପୁଳ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଛନ୍ତି। ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍, ପ୍ଲଗ୍ ରନ୍, ସାଇକ୍ଲୋଥନ୍, ଫିଟ୍ ଇଣ୍ଡିଆ ସପ୍ତାହ, ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏପର୍ୟ୍ୟନ୍ତ ଦେଶର ପ୍ରାୟ ୩.୫ କୋଟି ଲୋକ ସାମିଲ ହୋଇଛନ୍ତି ଏବଂ ବାସ୍ତବତା ଦୃଷ୍ଟିରୁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି।