ନୂଆଦିଲ୍ଲୀ, ୨୭/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତି ୱେବିନାରକୁ ସମ୍ବୋଧନ କରିବେ । ପୁଞ୍ଜିବିନିଯୋଗ, ଭିତ୍ତିଭୂମି ବିକାଶ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର, ପୁଞ୍ଜିବଜାରକୁ ଅଧିକ ସୁଦୃଢ଼ କରିବା ଏବଂ କର ସଂସ୍କାରମାଧ୍ୟମରେ ସହଜ ଜୀବନଶୈଳୀ ଉପରେ ୱେବିନାରରେ ଆଲୋଚନା ହେବ । ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ରେ ରହିଥିବା ବିଭିନ୍ନ ପ୍ରସଙ୍ଗ ଆଧାରିତ ବଜେଟ୍ ପରବର୍ତ୍ତୀ ୱେବିନାର ଶୃଙ୍ଖଳାରେ ଏହା ହେବ ପ୍ରଥମ ୱେବିନାର । ଅତୀତର ଅଭିଜ୍ଞତାରୁ ଶିକ୍ଷା ଏବଂ ଅଂଶଗ୍ରହଣକାରୀଙ୍କଠାରୁ ହସ୍ତଗତ ମତାମତ ଆଧାରରେ ପ୍ରସ୍ତୁତ ବଜେଟ୍ର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ ଏବଂ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ୱେବିନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଥିରେ ଶିଳ୍ପଦ୍ୟୋଗ, ଆର୍ଥିକ ପ୍ରତିଷ୍ଠାନ, ବଜାର ଅଂଶଗ୍ରହଣକାରୀ, ସରକାର, ଶିଳ୍ପ ନିୟାମକ ଏବଂ ଶିକ୍ଷାନୁଷ୍ଠାନର ପ୍ରମୁଖ ଅଂଶିଦାର ଯୋଗଦେବେ ।