ଲସି ପିଆ ହେଲା କାଳ

ମାଲକାନଗିରି: ଲସି ପିଇ ୫୦ରୁ ଅଧିକ ଅସୁସ୍ଥ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗ୍ରାମରେ । ସୂଚନାଅନୁ୍ାୟି ଶୁକ୍ରବାର କୁର୍ତ୍ତି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଲୋକମାନେ ସାପ୍ତାହିକ ହାଟରେ ଲସି ପିଇବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି ।

ତେବେ ଶୁକ୍ରବାର ରାତିରେ ଅସୁସ୍ଥତା ଅନୁଭବ କରିବା ପରେ ଶନିବାର ସକଳୁ ସମସ୍ତଙ୍କୁ ପଡିଆ ମେଡିକାଲରେ ଭର୍ତ୍ତିକରାଯାଇଛି ।ପ୍ରାୟ ୫୦ରୁ ଅଧିକ ଜଣ ଲସି ପିଇ ଅସୁସ୍ଥ ହୋଇଥିବା ଜଣାପଡିଛି ।