ଜୁଆ ଆଡ୍ଡା ଉପରେ ଚଢ଼ଉ : ୧୨ ଗିରଫ

ଭୁବନେଶ୍ୱର, ୦୯/୦୯ : ଜୁଆଖେଳ ଚାଲିଥିଲା ବେଳେ ମାଡ଼ି ବସିଲା ପୋଲିସ । ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଅଧିକ ତଦନ୍ତ ଜାରି ରହିଛ। ଘଟଣା ଘଟିଛି ବରଗଡ଼ରେ। ଘୁଡଘୁଡୁ ପଟି ଜୁଆ ଖେଳ ଚାଲିଥିବାବେଳେ ପୋଲିସ ୧୨ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ଶୁକ୍ରୁ ଭୁଏ, ଗବାକ୍ଷ ଜଗତ, ଜଗନ୍ନାଥ ଛତ୍ରିଆ, ଲିଙ୍ଗରାଜ କରତା, ପଞ୍ଚୁ ସାହୁ, ସୁଦାମ କାଣ୍ଡ, ବିଶ୍ୱଜିତ ଖମାରୀ, ଦେବରାଜ ଭଇନା, ସୁନୁ ଭେବେରା, ବାବୁଲାଲ ସେଠ, ଗୌତମ ଗୁରୁ ଏବଂ ଧନେଶ୍ୱର ପୋଢ଼। ଚଢ଼ାଉ ସମୟରେ ନଗଦ ଏକ ଲକ୍ଷ ୭୬ ହଜାର ଟଙ୍କା, ଘୁଡୁଘୁଡୁ ପଟି, ୨୧ଟି ମୋଟର ସାଇକେଲ, ତିନୋଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଭେଡେନ ଜାଣ୍ଡୋଲ, ଡାଲବ, ଲିମ୍‌ଛୋଡ୍ , କଦଳିପାଲି, ଧୁଲେସରା ତଥା ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ଭେଡେନ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

SBI_Festive_Digital Billboard