ଭୁବନେଶ୍ୱର, ୨୨/୦୨ : କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଖବର ଲେଖିବା ସୁଦ୍ଧା ଉକ୍ତ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି । ମାର୍ଚ୍ଚ ୩୧ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଯେଉଁ ପ୍ରକ୍ରିୟା ଚାଲିଛି, ସେଥିରେ କନ୍ଧମାଳ ଜିଲାରେ କିଛି ମାଓବାଦୀ ଆତ୍ମଗୋପନ କରିଛନ୍ତି । ଏହାକୁ ନେଇ କିଛି ଦିନ ହେଲା କମ୍ବିଂକୁ ଜୋରଦାର କରାଯାଇଛି । ଗତ ସପ୍ତାହରେ ରାଇକିଆ ଥାନା ଇନ୍ଦ୍ରଗଡ ପଞ୍ଚାୟତ ରେ ମଧ୍ୟ ପୋଲିସ ମାଓବାଦୀ ମୁହମୁହିଁ ହେବା ସହ ଗୁଳିବିନମୟ ହୋଇଥିଲା । ଏଥିରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।