ଭୁବନେଶ୍ୱର, ୦୨/୦୩ : ଆଉ ଦିନକ ପରେ ହୋଲି । ଶାନ୍ତି ଶୃଙ୍ଖଳାର ସହ ହୋଲି ପାଳନ ନେଇ ପୋଲିସର ପ୍ରସ୍ତୁତି ସରିଛି । ଗତ ୨୭ତାରିଖରେ ପୋଲିସ ଡିଜି ବୈଠକରେ ବିଭିନ୍ନ ଦିଗ ପ୍ରତ ନଜର ଦେବାକୁ ସବୁ ଏସପି ମାନଙ୍କୁ କୁହାଯାଇଥିଲା । ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ଉପରେ ଗୁରୁତ୍ବ ଦିଆଯାଇଛି । ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ଦିଆଯାଉଛି । ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଶୋଭାଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ ଆଦିକୁ ଫୋକସ ଦିଆଯାଇଛି । ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଶା କାରବାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।