ଜୁଆ ଆଡ୍ଡା ଉପରେ ଚଢ଼ାଉ : ୭ ଜୁଆଡ଼ି ଗିରଫ

ଭୁବନେଶ୍ୱର, ୨୭/୦୮ : ଜୁଆ ଖେଳୁ ଖେଳୁ ଆଡ୍ଡା ଭିତରେ ହଠାତ୍ ପହଞ୍ଚିଲା ପୋଲିସ । ଯିଏ ଜୁଆଡ଼େ ପାରିଲେ ପ୍ରାଣ ବିକଳେ ଦୌଡ଼ିଲେ । ହେଲେ ଶେଷରେ ପୁଲିସ ହାତରେ ଧରାପଡ଼ିଲେ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିବା ଜଣାପଡ଼ିଛି । ଚଢ଼ାଉରେ ୨୧ ହଜାର ୪୫୦ ଟଙ୍କା ସହ ୫ଟି ମୋବାଇଲ ଫୋନ୍ ଜବତ କରିଛି । ଏଥିସହ ୭ ଜଣ ଜୁଆଡ଼ିଙ୍କୁ ମଧ୍ୟ ଗିରଫ କରାଯାଇଛି । ସୋମବାର ରାତିରେ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଥିବା ଏକ ଘରେ ଜୁଆ ଖେଳ ଚାଲିଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ଟିମ୍ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୭୦୮/୨୦୨୫ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

SBI_Festive_Digital Billboard