ସହଦେବ ନାୟକ ହତ୍ୟା ଘଟଣା : ଆଜି ୩ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ

0

ଭୁବନେଶ୍ଵର,୦୯/୦୧ : ବୁଧବାର ଦିନ ରସୁଲଗଡ଼ ରାସ୍ତାରେ ସହଦେବ ନାୟକ ହତ୍ୟା ଘଟଣାରେ ଆଜି ୩ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ । ଧଉଳି ନିକଟ ଦୟା ନଦୀ ବ୍ରିଜ୍ ପାଖରେ ସରଜମିନ ତଦନ୍ତ କରାଯାଇଛି । ହତ୍ୟାରେ ବ୍ୟବହୃତ ଖଣ୍ଡା ଏବଂ ରକ୍ତ ଭିଜା ସାର୍ଟକୁ ଦୟା ନଦୀ ବ୍ରିଜ୍ ନିକଟରେ ଫିଙ୍ଗିଥିଲେ ଅଭିଯୁକ୍ତ। କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବିଏମ୍‌ସି ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ବୁଧବାର ସକାଳ ୮ଟା ବେଳେ ଝିଅକୁ ସ୍କୁଲରେ ଛାଡି଼ ଏକ ନାଲି ରଙ୍ଗ ସ୍କୁଟିରେ ଭଡ଼ାଘରକୁ ଫେରୁଥିଲେ। ସ୍କୁଲ ନିକଟରୁ ୪ ଅଭିଯୁକ୍ତ ୨ଟି ବାଇକ୍‌ରେ ତାଙ୍କୁ ପିଛା କରୁଥିଲେ । ସହଦେବ ବାଣୀବିହାର ଛକ ପାର ହେବା ପରେ ୪ଜଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ସହଦେବ ସ୍କୁଟିର ବେଗ ବଢ଼ାଇ ଦ୍ରୁତଗତିରେ ଆଗକୁ ମାଡି଼ ଚାଲିଲେ ।

ଲିପିକା ବ୍ୟାଗ୍‌ରେ ଆଣିଥିବା ଖଣ୍ଡାକୁ ଲକ୍ଷ୍ମୀଧରକୁ ଧରାଇଥିଲେ । ଲକ୍ଷ୍ମୀଧର ଖଣ୍ଡାରେ ତାଙ୍କ ବେକକୁ ଏକ ଶକ୍ତ ଚୋଟ ମାରିଥିଲେ । ଖଣ୍ଡା ଚୋଟ ଖାଇବା ପରେ ସହଦେବ ଘାଇଲା ହୋଇ ତଳେ ପଡି଼ଗଲେ । ୩ ଅଭିଯୁକ୍ତ ତାଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ପରେ ଚୋଟ ମାରି ଚାଲିଲେ । ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଲିପିକା ଏକ ବ୍ୟାଗ୍‌ରେ ପୁରାଇ ଲକ୍ଷ୍ମୀଧରଙ୍କ ବାଇକ୍‌ (ଓଆର୍‌୧୯ଜେ ୭୦୨୮)ରେ ବସି ରସୁଲଗଡ଼ ଆଡ଼େ ଚମ୍ପଟ ମାରିଥିଲେ। ତେବେ ଜଣେ ବାଇକ୍‌ ଆରୋହୀ ତାଙ୍କ ମୋବାଇଲ୍‌ରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯାହାକି ପୁଲିସ ପାଇଁ ଅଭିଯୁକ୍ତଙ୍କୁ ପାଇବାରେ ସହାୟକ ହୋଇଥିଲା।

ଏହି ହତ୍ୟାକାଣ୍ଡର ମାତ୍ର ୫ ଘଣ୍ଟା ମଧ୍ୟରେ କମିଶନରେଟ୍‌ ପୁଲିସ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୩ ଜଣ ଅଭିଯୁକ୍ତଙ୍କୁ କବ୍‌ଜାକୁ ନେଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ଡିସିପି ପିନାକ ମିଶ୍ରଙ୍କ ଅମୋଘ ଅସ୍ତ୍ର ପାଲଟିଥିବା ‘ସ୍ପେଶାଲ ସ୍କ୍ୱାଡ୍‌’ ନୟାଗଡ଼ ଜିଲ୍ଲାର ଶରଣକୁଳରୁ ଲିପିକା ନାଏକ, ଲକ୍ଷ୍ମୀଧର ନାଏକ ଓ ରକି ନାଏକଙ୍କୁ ଗିରଫ କରିଛି । ସମସ୍ତଙ୍କ ଘର କେଦାରପଲ୍ଲୀ ବସ୍ତିରେ । ଫେରାର୍‌ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଖୋଜା ଚାଲିଛି।

Leave A Reply

Your email address will not be published.