ଭୁବନେଶ୍ୱର, ୧୩/୦୧ : ଅବୈଧ ଭାବେ ପୁରୀରେ ହେଉଥିଲା ଏହି ମାଞ୍ଜା ସୂତା ବିକ୍ରି। ତେଣୁ ଏହି ଦୋକାନ ଉପରେ ଚଢ଼ାଉ କରିଥିଲା ପୋଲିସ। ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କଲା ପୁରୀ ପୋଲିସ। ଏଥିସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ ପୁଲିସ ସ୍ପଷ୍ଟ କରିଛି ଯେ ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ। ତେଣୁ ଯିଏ ଏହି ନିୟମକୁ ଅବମାନନା କରିବ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏସ୍ପି ପ୍ରତୀକ ସିଂ କହିଛନ୍ତି। ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ତଥା ଧାର୍ମିକ ସହର ତଥା ପର୍ଯ୍ୟଟାଣୀସ୍ଥଳୀ। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏଠାକୁ ଆଗମନ କରୁଛନ୍ତି। ତେବେ ଏହାରି ଭିତରେ ରାତି ପହିଲେ ମକରସଂକ୍ରାନ୍ତି। ଆଉ ପୁରୀ ପାଇଁ ବିପଦ ସାଜିଛି ମାଞ୍ଜା ସୂତାରେ ଉଡୁଥିବା ଗୁଡ଼ି। ମାଞ୍ଜା ସୂତା ଦ୍ଵାରା ଅନେକ ଲୋକ ଆହତ ହେଉଛନ୍ତି। ଏପରି ସ୍ଥିତିରେ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀରର ବିଭିନ୍ନ ଅଞ୍ଚଳରେ ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିର୍ଦେଶନାମା ଜାରି ହୋଇଛି। ଆଜି ସକାଳୁ ସକାଳୁ ବିଭିନ୍ନ ଦୋକାନରୁ ପ୍ରାୟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରିଛି ପୋଲିସ। ତେଣୁ ପୋଲିସ ବ୍ୟାସାୟୀଙ୍କୁ ଅଟକ ରଖି ସୁତା ବିକ୍ରି ନ କରିବା ପାଇଁ ଚେତାବନୀ ଦେଇଛି। ସାଧାରଣ ଜନତାଙ୍କୁ ଅନୁରୋଧ ସହର ଓ ବଡ଼ଦାଣ୍ଡ ଅଞ୍ଚଳରେ ମାଞ୍ଜା ଲାଗିଥିବା ଗୁଡ଼ି ଉଡ଼ାନ୍ତୁ ନାହିଁ ବୋଲି ପୋଲିସ ପକ୍ଷରୁ ନିବେଦନ କରାଯାଇଛି।