ଭୁବନେଶ୍ୱର: ଅଭିନୟରେ ମନ ମୋହୁଥିବା ଆକ୍ଟର ରାଇମୋହନ ପରିଡ଼ା ଦୁନିଆକୁ ଅଲବିଦା କହିସାରିଛନ୍ତି । ଏହି ଖବରକୁ ଲୋକମାନେ ଆତି ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହୋଇଥିଲା । ଶେଷ ଦର୍ଶନ ପରେ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ଲୀନ ହୋଇଛି ରାଇମୋହନଙ୍କ ପାର୍ଥୀବ ଶରୀର । ଏହାରି ମଧ୍ୟରେ ରାଇମୋହନଙ୍କ ଘରେ ପହଞ୍ଚିଛି ପୋଲିସ ଟିମ୍ ।
ତେବେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା ମାମଲାରେ ତାଙ୍କ ପ୍ରାଚୀବିହାର ଘରେ କମିଶନରେଟ ପୋଲିସର ମହିଳା ଟିମ୍ ପହଞ୍ଚିଛି । ରାଇମୋହନଙ୍କ ପତ୍ନୀ, ୨ ଝିଅ, ଜ୍ବାଇଁ, ପୁତୁରାଙ୍କୁ ପଚରାଉଚରା କରୁଛି ପୋଲିସ । ରାଇମୋହନ କାହିଁକି ଆତ୍ମହତ୍ୟା କଲେ ସେନେଇ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।
କମିସନରେଟ ପୁଲିସ ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ରାଇମୋହନ କାହିଁକି ଆତ୍ମହତ୍ୟା କଲେ? କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ରାଇମୋହନ? କୌଣସି ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? କମିସନରେଟ ପୁଲିସ ଏ ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛି।