ପୋପ୍ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ପରଲୋକ

0

ନୂଆଦିଲ୍ଲୀ, ୨୧/୦୪ : ପୋପ୍ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି । ପ୍ରାୟ ୫ ସପ୍ତାହ ହେଲାଣି ନିମୋନିଆରେ ଚିକିତ୍ସାଧିନ ରହିଥିଲେ । ଭାଟିକାନ ସିଟି ପକ୍ଷରୁ ସୂଚନା ମିଳିଛି । ପୋପ୍ ଫ୍ରାନ୍ସିସ୍ ଗୋଟେ ଦିନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହିତ ସାକ୍ଷାତ କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଦୁନିଆର ଖ୍ରୀଷ୍ଟଧର୍ମାବଲମ୍ବୀ ଶୋକରେ ବୁଡିଛନ୍ତି । ବ୍ରୋଙ୍କାଇଟିସରେ ପୀଡିତ ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତେବେ ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ହୋଇଛି । ତାଙ୍କର ଉଭୟ ଫୁସଫୁସ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ।

Leave A Reply

Your email address will not be published.