ଭୁବନେଶ୍ୱର, ୦୯/୦୪ : ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଓଇଆରସି ଅଧ୍ୟକ୍ଷ ପଦ ଖାଲି ଥିଲା । ୧୯୮୯ ବ୍ୟାଚ୍ ର ଆଇଏଏସ ଅଫିସର ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହା ସହ ସେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ।