ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ସଂକ୍ରମିତ

ଭୁବନେଶ୍ବର,୧୯/୪: ରାଜ୍ୟରେ ନେତାଠୁ ଆରମ୍ଭ କରି ମନ୍ତ୍ରୀ ଯାଏଁ କରୋନାର ଶିକାର ହେବାରେ ଲାଗିଛନ୍ତି । ନିକଟରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏ ଭିତରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଟ୍ବିଟ୍ ରେ ପ୍ରଦୀପ୍ତ କୁମାର ନାଏକ ଲେଖିଛନ୍ତି ଯେ, ‘ବାରମ୍ବାର ଟେଷ୍ଟ କରିବା ପରେ ମୋ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁମାନେ ୫ ଦିନ ହେଲା ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇନିଅନ୍ତୁ । ଏହାସହ ନିଜକୁ ସେଲ୍ପ ଆଇସୋଲେସନରେ ରଖିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ।’