ପୂର୍ବତନ ସରପଞ୍ଚ ପ୍ରହ୍ଲାଦ ରାଉତଙ୍କ ପରଲୋକ

ମହାକାଳପଡ଼ା,୪ /୭ : ମହାକାଳପଡ଼ା ବ୍ଲକ ବଡକୂଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରହ୍ଲାଦ ଚନ୍ଦ୍ର ରାଉତଙ୍କ ଆଜି ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ଲିଭିଗଲା ଦୀପାଞ୍ଚଳ ବିକାଶର ଗୋଟିଏ ଦୀପ । ନୀରବି ଗଲା ଜଣେ ଦରଦୀ ମଣିଷର ସ୍ୱର । ସାରା ଅଞ୍ଚଳର ଜଣେ ସୁନାମଧନ୍ୟ ସମାଜସେବୀ ତଥା ସମସ୍ତଙ୍କର ଅତିପ୍ରିୟ ‘ପହଲି ଡାକ୍ତର’ ଆଉନାହାଁନ୍ତି । ଖବର ପାଇଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେଉ କିମ୍ବା ଗୋମାତାଙ୍କ ଚିକିତ୍ସା ପାଇଁ ହେଉ ଧାଇଁଯାନ୍ତି ଗାଁ କୁ ଗାଁ । ଜଣେ ପୂର୍ବତନ ସରପଞ୍ଚ ଭାବେ ପଂଚାୟତର ବିକାଶ ପାଇଁ ତଥା ନିଜ ଗାଁ ବଡକୁଳ ପାଇଁ ଦିନରାତି କାମ କରୁଥିବା ‘ପହଲିବାବୁ’ ଜଣେ ଉଦାରବାଦୀ ମଣିଷଟିଏ ଥିଲେ । ତାଙ୍କ ପରଲୋକରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।