ଆଜି ପଞ୍ଚଭୂତରେ ଲୀନ ହେବେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ସୋମବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କର ଅପରେସନ ମଧ୍ୟ କରାଯାଇଥିଲା । ସେ ୨୦୧୨ରୁ ୨୦୧୭ ଯାଏଁ ଦେଶର ରାଷ୍ଟ୍ରପତି ରହିଥିଲେ । ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । କିନ୍ତୁ କୋଭିଡ୍ ପରିସ୍ଥିତି ପାଇଁ ଶେଷ କ୍ରିୟାରେ କମ୍ ସଂଖ୍ୟକ ବ୍ୟକ୍ତି ଉପସ୍ଥିତ ରହିବେ ।