କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ କ୍ୱାରାଣ୍ଟାଇନରେ ରହିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ କ୍ୱାରାଣ୍ଟାଇନରେ ରହିଥିବା ସେ ଟ୍ଵିଟ କରି ଜଣାଇଛନ୍ତି ।

ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତଃ ମଦନ ମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ଗତ ୨ ଓ ୩ ଜୁଲାଇରେ ଅନୁଷ୍ଠିତ ଏକ ଶୋକସଭାରେ ସେ ନୀଳଗିରି ବିଧାୟକଙ୍କ ସହ ଯୋଗ ଦେଇଥିଲେ । ଆଜି ବିଧାୟକ ଶ୍ରୀ ନାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ନିଜକୁ କ୍ୱାରାଣ୍ଟାଇନ କରିଛନ୍ତି । ତେବେ ସେ ସୁସ୍ଥ ଥିବା ଜଣାଇଛନ୍ତି ।