ହିନ୍ଦୁ ପରିଷଦର ପ୍ରତିଷ୍ଠାତା ପ୍ରବୀଣ ତୋଗାଡ଼ିଆଙ୍କ ୮ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୨୩/୦୩ : ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ପ୍ରତିଷ୍ଠାତା ତଥା ସଭାପତି ପ୍ରବୀଣ ତୋଗାଡ଼ିଆ ୮ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଗତକାଲି ଠାରୁ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଉରକେଲା, ବୀରମିତ୍ରପୁର ରେ କର୍ଯ୍ୟକ୍ରମ ପରେ ସୁନ୍ଦରଗଡ଼ ରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ତୋଗାଡିଆ ସଡ଼କପଥରେ ରାଉରକେଲାରୁ ସୁନ୍ଦରଗଡ ଆସିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସୁନ୍ଦରଗଡ ସାଂଗଠନିକ ଜିଲ୍ଲା ସଭାପତି କିଶୋର ମିଶ୍ରଙ୍କ ସଭାପତିତ୍ବରେ ଏକ ସଭା ଆୟୋଜନ କରାଯାଇଥିଲା । ହିନ୍ଦୁ ନବବର୍ଷ ଉପଲକ୍ଷେ ଆୟୋଜିତ ହିନ୍ଦୁ ସମ୍ମିଳନୀ କର୍ଯ୍ୟକ୍ରମ ରେ ଯୋଗ ଦେଇ ଧର୍ମାନ୍ତରୀକରଣକୁ ପ୍ରତିବାଦ କରିବାକୁ ଆହ୍ବାନ କରିଥିଲେ । ଦେଶରେ ହିନ୍ଦୁ ସଂଗଠିତ ନହେଲେ ଆଗକୁ ହିନ୍ଦୁ ଅଳ୍ପ ସଂଖ୍ୟକ ହେବାକୁ ବେଶି ସମୟ ଲାଗିବ ନାହିଁ । ହିନ୍ଦୁ ମାନଙ୍କୁ ଜନସଂଖ୍ୟା ବୃଦ୍ଧି କରିବାକୁ ପଡିବ । ଏହା ସହ ସରକାର ଧର୍ମାନ୍ତରୀକରଣ ବିରୁଦ୍ଧରେ ଯାହା ପଦକ୍ଷେପ ନେବେ ତାହା ବେବେ କିନ୍ତୁ ହିନ୍ଦୁ ସଚେତନ ହେବା ନିହାତି ଆବଶ୍ୟକ । ରାଷ୍ଟ୍ରୀୟ ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ମହିଳା ପରିଷଦ ଦ୍ବାରା ଦୁଇଟି ଅଭିଯାନ ଚାଲିଛି, ଦେଶ ଏବଂ ଓଡ଼ିଶାର ପ୍ରତିଟି ଗ୍ରାମରେ ମଙ୍ଗଲବାର ଏବଂ ଶନିବାର ସାମୂହିକ ହନୁମାନ ଚାଳିଶା ପାଠ ଏବଂ ଆପନା ଘର ହିନ୍ଦୁ ଘର, ହିନ୍ଦୁ ଘର ସୁଖୀ ଘର ଏଥିରେ ସବୁ ହିନ୍ଦୁ ପରିବାର ଯୋଡ଼ିହେବେ । ହିନ୍ଦୁ ମାନଙ୍କ ପାଇଁ ସୁବିଧା କେନ୍ଦ୍ର, ସହାୟତା କେନ୍ଦ୍ର ରହିଛି ଏବଂ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ହନୁମାନଙ୍କ ଗଦା ମଧ୍ୟ ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ ।