ଭୁବନେଶ୍ୱର, ୦୩/୦୨ : ବାଲେଶ୍ୱରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହି ପରିପେକ୍ଷୀରେ ଅଭିଭାଷଣ ରଖି ରାଷ୍ଟ୍ରପତି ଡିଗ୍ରୀ ହାସଲ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ‘ଜୀବନ ବିଶ୍ଵବିଦ୍ୟାଳୟ ପରିସୀମା ବ୍ୟାପକ। ସେହିପରି ଝିଅମାନେ ବହୁତ ଭଲ କାମ କରୁଛନ୍ତି, ସବୁ କ୍ଷେତ୍ରରେ ଝିଅଙ୍କ ପ୍ରଭାବ ରହିଛି ଭାରତର ଏକ ସୁଦୀର୍ଘ ଜ୍ଞାନ ଭଣ୍ଡାର ଅଛି, ଆମ ଜ୍ଞାନ ପରମ୍ପରା ଉପରେ ଗବେଷଣା ଜରୁରୀ, ଅତୀତକୁ ଛାତ୍ରଛାତ୍ରୀ ଚିହ୍ନିବା ଆବଶ୍ୟକ। ସଫଳତାର ଚାବିକାଠି ହେଉଛି ନିଷ୍ଠା, ତେଣୁ ନିଷ୍ଠାର ସହ ଆଗକୁ ବଢିବାକୁ ସେ ପରାମର୍ଶ ଦେଇଛନ୍ତି। ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରପତିଙ୍କ ଏହା ତାଙ୍କର ପ୍ରଥମ ଗସ୍ତ। ଜିଲା ପ୍ରଶାସନ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଥିବା ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ହେଲିକେପ୍ଟରରେ ଆସି ସେ ବିଶ୍ୱବିଦ୍ୟାଳୟ ପରିସରସ୍ଥ ହେଲିପ୍ୟାଡ଼ରେ ଅବତରଣ କରିଥିଲେ। ଏହାପରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି ଯୋଗ ଦେଇ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିଥିଲେ।