ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ବେଳେ ଧସିଲା ହେଲିପ୍ୟାଡ୍‌ : ସୁରକ୍ଷାରେ ବଡ ତ୍ରୁଟି

କେରଳ,୨୨/୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ତାଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା ଯିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପଠାଣମଥିଟ୍ଟାର ପ୍ରମାଦମ୍‌ ଷ୍ଟାଡିୟମର ହେଲିପ୍ୟାଡରେ ଅବତରଣ କରିବା ବେଳେ ଅଘଟଣ ଘଟିଥିଲା । ଅବତରଣ ସମୟରେ ହେଲିପ୍ୟାଡର ଏକ ଅଂଶ ଖସିପଡିଲା । କଂକ୍ରିଟ୍ ଭିତରୁ ଚପର୍‌କୁ ବାହାର କରିଥିଲେ ପୁଲିସ ଓ ଅଗ୍ନିଶମ ଟିମ ।ରାଷ୍ଟ୍ରପତି ଭାରତୀୟ ବାୟୁସେନାର ହେଲିପକ୍ଟରରେ ଯାତ୍ରା କରୁଥିଲେ । ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ ।

SBI_Festive_Digital Billboard