ଓ୍ୱକଫ୍ ବିଲକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ

0

ନୂଆଦିଲ୍ଲୀ, ୦୬/୦୪ : ଗୃହୀତ ହୋଇଥିବା ୱକଫ ସଂଶୋଧନ ବିଲକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରି ସହ ୱକଫ ସଂକ୍ରାନ୍ତ ନୂଆ ଆଇନ ଅସ୍ତିତ୍ବକୁ ଆସିଛି । ଏ ନେଇ ନୂଆ ଆଇନର ଗେଜେଟ ପ୍ରକାଶ ପାଇଛି । ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ନୂଆ ଆଇନ ଦ୍ବାରା ୱକଫରେ ପକ୍ଷପାତିତା, ୱକଫ ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକିବା ସମ୍ଭବ ହୋଇପାରିବ ବୋଲି ସରକାର ଯୁକ୍ତି ବାଢିଛନ୍ତି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ ପ୍ରକ୍ରିୟା ସେହି ଆଧାରରେ ହେବ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ଏହି ଆଇନକୁ ଏବେ ୱକଫ ସଂଶୋଧନ ଆଇନ ୨୦୨୫ କୁହାଯିବ । ୱକଫ ଶଦ୍ଦ ବିଦଳରେ ଉମ୍ମିଦ ବା ଏକୀକୃତ ୱକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଓ ବିକାଶ ବ୍ୟବହାର ହେବ ।
ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ’ବୋର୍ଡ (ଏଆଇଏମପିଏଲବି) ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତୁରନ୍ତ ବୈଠକ କରି ଏହି ଆଇନକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ଲୋକସଭାରେ ୱାକଫ ସଂଶୋଧନ ବିଲ୍ ସପକ୍ଷରେ ୨୮୮ ଭୋଟ୍ ଏବଂ ଏହା ବିରୋଧରେ ୨୩୨ ଭୋଟ୍ ଦିଆଯାଇଛି। ଏଥି ସହିତ ରାଜ୍ୟସଭାରେ ୧୨୮ ଟି ଭୋଟ୍ ବିଲ୍ ସପକ୍ଷରେ ଏବଂ ୯୫ଟି ଭୋଟ୍ ଦିଆଯାଇଥିଲା। ରାଜ୍ୟସଭାରେ ବିରୋଧୀ ଦଳ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବ ଭଏସ୍ ଭୋଟ୍ ଦ୍ୱାରା ପରାସ୍ତ ହୋଇଥିଲା।

Leave A Reply

Your email address will not be published.