ଜାନୁଆରୀ ୨୦ରେ ଶପଥ ନେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌

ଓ୍ବାସିଂଟନ,୮/୧: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡେମୋକ୍ରେଟିକ୍‌ ନେତା ଜୋ ବାଇଡେନ୍‌। ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଖୋଦ ଟ୍ରମ୍ପ।

କରୋନା ମହାମାରୀ ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଟ୍ରମ୍ପଙ୍କୁ ପଛରେ ପକାଇ ବାଇଡେନ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରିନଥିଲେ ଟ୍ରମ୍ପ। ଏନେଇ ଭୋଟ୍‌ରେ ହେରଫେର ହୋଇଥିବା ଓ ସେ ବିଜୟୀ ହୋଇଥିବା ନେଇ ଦାବି କରିଆସୁଥିଲେ ଡୋନାଲ୍ଡ ଟ୍ରମ୍ପ। ବହୁ ବାଦ ବିବାଦ ପରେ ଶେଷରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍‌। ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ।