ନୂଆଦିଲ୍ଲୀ,୧/୪: ଆଜି ‘ଉତ୍କଳ ଦିବସ’ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦ ଜଣାଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ର୍ରେ ଲେଖିଛନ୍ତି, ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ। ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ରାଜ୍ୟ ଓଡ଼ିଶା ବିଶ୍ବକୁ ହିଂସା ବିବର୍ଜିତ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇଛି। ଓଡ଼ିଶାର ପ୍ରଗତି ନିମନ୍ତେ ମୋର ଆନ୍ତରିକ ଶୁଭକାମନା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍ର୍ରେ ଲେଖିଛନ୍ତି, ଉତ୍କଳର ଦିବସର ବିଶେଷ ଅବସରରେ ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା। ଭାରତର ପ୍ରଗତିରେ ଓଡ଼ିଶାବାସୀଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ବବ୍ୟାପୀ ପ୍ରଶଂସିତ। ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରାର୍ଥନା କରୁଛି।